ଅନୁଗୁଳ: ରାଜ୍ୟରେ ବଜ୍ରାଘାତରେ ୪ ମୃତ । ଅନୁଗୁଳରେ କାଠ ସଂଗ୍ରହ କରି ଘରକୁ ଫେରୁଥିବାବେଳେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ନାଲକୋ ବଳରାମପ୍ରସାଦ ନିକଟ ଆସପଣ୍ଡଠାରେ ଅଘଟଣ ଘଟିଛି । ମୃତ ମହିଳା ହେଲେ ସୁଷମା ବେହେରା ଓ ବେଣି ବେହେରା । ସେହିପରି ଜୟପୁରରେ ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାଆ ଓ ପୁଅ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା । ଚାଷ ଜମିରେ କାମ କରୁଥିବାବେଳେ ବଜ୍ରପାତ ଘଟି ଉଭୟଙ୍କର ମୃତ୍ୟୁ ହୋଇଛି ।