ଦୀପକ କୁମାର ମିଶ୍ର/ଉଦଳା : ଉଦଳା ବନାଞ୍ଚଳ ଅଧୀନ ବଇଦାଖୋଳି ଗାଁରୁ ଶୁକ୍ରବାର ଦିନ ଏକ ଅଜଗର ଉଦ୍ଧାର ହୋଇଛି । ଏନେଇ ସ୍ଥାନୀୟ ଲୋକେ ଉଦଳା ବନବିଭାଗକୁ ଖବର ଦେଇଥିଲେ । ଉଦଳା ବନ ବିଭାଗ କର୍ମଚାରୀ ପହଁଚି ଅଜଗରଟିକୁ ଉଦ୍ଧାର କରିଥିଲେ । ଏହି ଅଜଗରର ଲମ୍ବ ୮ଫୁଟ ଓ ଓଜନ ୨୫କିଗ୍ରା ହେବ ବୋଲି ବନ ବିଭାଗ ଅନୁମାନ କରୁଛି । ଏହି ଅଜଗରକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦେଇଛି ବନ ବିଭାଗ ।