ବିଦ୍ୟୁତ୍ ଆଘାତରେ ୪ ହାତୀ ମୃତ୍ୟୁ

୬ ଟିକିଆ ହାତୀପଲ ଆନ୍ଧ୍ର ମୁହାଁ ହୋଇ ଯାଉଥିଲେ। ତେବେ ଆନ୍ଧ୍ରର କାଟ୍ରାଗଡା ଠାରେ ୪ଟି ହାତୀ ଚାଷ ଜମିର ହୁଡା ଚଢୁଥିବା ବେଳେ ନିକଟରେ ଥିବା ଟ୍ରାସନ୍ସଫରମ ବିଦ୍ୟୁତ ତାର ଲାଗିଯିବା ଫଳରେ ଘଟଣାସ୍ଥଳରେ ୪ ଟି ହାତୀର ମୃତ୍ୟୁ ଘଟିଛି

ଗଣପୁର: ଓଡ଼ିଶା-ଆନ୍ଧ୍ର ସୀମାନ୍ତର ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡ ନିକଟରେ ୪ହାତୀ ମୃତ ଦେହ ଠାବ ହୋଇଛି ।ତେବେ ହାତୀ ମୃତ୍ୟୁ କେମିତି ହୋଇଛି ତାହା ଅସ୍ପଷ୍ଠ ରରିଛି । କିନ୍ତୁ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଇଛି ।କାରଣ ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିରହିଛି। ଅପରପକ୍ଷରେ ଏହି ମୃତ ହାତୀଗୁଡ଼ିକ ଓଡ଼ିଶାର ହାତୀ ନା ଆନ୍ଧ୍ରର, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଆନ୍ଧ୍ର ପୁଲିସ ଓ ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈ ହାତୀ, ୨ ଅଣ୍ଡିରା ହାତୀ ରହିଥିବାର ଜଣାପଡ଼ିଛି। ଆଜି ଭୋର ସକାଳେ ସେହି ଅଞ୍ଚଳରେ ୬ ଟିକିଆ ହାତୀପଲ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ସୂଚନା ଅନୁଯାୟୀ, ଏକ ୬ ଟିକିଆ ହାତୀପଲ ଆନ୍ଧ୍ର ମୁହାଁ ହୋଇ ଯାଉଥିଲେ। ତେବେ ଆନ୍ଧ୍ରର କାଟ୍ରାଗଡା ଠାରେ ୪ଟି ହାତୀ ଚାଷ ଜମିର ହୁଡା ଚଢୁଥିବା ବେଳେ ନିକଟରେ ଥିବା ଟ୍ରାସନ୍ସଫରମ ବିଦ୍ୟୁତ ତାର ଲାଗିଯିବା ଫଳରେ ଘଟଣାସ୍ଥଳରେ ୪ ଟି ହାତୀର ମୃତ୍ୟୁ ଘଟିଛି। ଆଉ ଦୁଇଟି ହାତୀ ପ୍ରାଣ ବିକଳରେ ନିକଟ ପାହାଡ଼ ଚଢି ଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଶ୍ରୀକାକଲମ ଜିଲ୍ଲା ଡିଏଫଓ ସମେତ ଉଚ୍ଚସ୍ତରୀୟ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି। ସୂଚନାଯୋଗ୍ୟ ରାୟଗଡ଼ା ଜିଲ୍ଲାରେ ରହିବା ପରେ ଏବେ ଆନ୍ଧ୍ରମୁହାଁ ହୋଇଥିଲେ ।