୪ଦିନ ଲକଡାଉନ ଘୋଷଣା କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

(ଗୋଆ) : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ହେତୁ ବିଭିନ୍ନ ରାଜ୍ୟ ଲକଡାଉନ୍ ଘୋଷଣା କରୁଛନ୍ତି । ଏହାରି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟରେ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୭ ଟାରୁ ମେ ୩ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୬୦ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାରରୁ ଅଧିକ ସଂକ୍ରମିତଙ୍କ ଜୀବନ ଯାଇଛି । ଲକଡାଉନ ସମୟରେ ଆବଶ୍ୟକ ସେବା ଓ ଶିଳ୍ପ କାର୍ଯ୍ୟକ୍ରମ ଚାଲୁ ରହିବାକୁ ଥିବା ବେଳେ ସାର୍ବଜନୀନ ପରିବହନ ସେବା, ହୋଟେଲ ବନ୍ଦ ରହିବ ବୋଲି କୁହାଯାଇଛି ।