ମହାକାଶ ଷ୍ଟେସନରେ ୪ ମହାକାଶଚାରୀଙ୍କ ଅବତରଣ

ଫ୍ଲୋରିଡା: ସୋମବାର ରାତିରେ ୪ ମହାକାଶଚାରୀଙ୍କ ସ୍ପେସ ଷ୍ଟେସନରେ ଅବତରଣ । ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ଚାରିଜଣ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ସ୍ପେସ ଷ୍ଟେସନରେ ଅବତରଣ କରିବାରେ ସକ୍ଷମ ହୋଇଛି । ପ୍ରଥମ ଥର ପାଇଁ ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ଏହି ଅବତରଣ କରିଛି। ୨୭ ଘଣ୍ଟିଆ କକ୍ଷପଥ ବୁଲିବାପରେ ପରେ କ୍ରୁ -୧ ମିଶନ୍ ସ୍ପେଶ ଷ୍ଟେସନରେ ଓହ୍ଲାଇଛି। ନାସାର ଭିକ୍ଟର ଗ୍ଲୋଭର, ମାଇକ୍ ହପକିନ୍ସ, ଶାନନ୍ ୱାକର୍ ଏବଂ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରର ସୋଚି ନୋଗୁଚି ଏହି ଅଭିଯାନରେ ସ୍ପେସ ଷ୍ଟେସନରେ ।

ନଭେମ୍ବର ୧୫ ସଂଧ୍ୟାରେ ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ରେସିଲିଏନ୍ସ ନାମକ କ୍ରୁ ଡ୍ରାଗନ୍ ମହାକାଶଯାନ ଫାଲକନ୍ ୯ ରକେଟରେ ଉତକ୍ଷେପଣ କରିଥିଲା । ୨୭ ଘଣ୍ଟା ଯାତ୍ରା ପରେ ଷ୍ଟେସନର ହରମୋନି ମଡ୍ୟୁଲ୍ ସହିତ ୧୧ଟା ସମୟରେ ଡକ୍ କରାଯାଇଥିଲା। ମାଇକ ହପକିନ୍ସ ଡକିଂ ପରେ ମିଶନ ନିୟନ୍ତ୍ରଣରେ ଥିବା ସୂଚନା ଦେବା ସହ ସ୍ପେସ ଏକ୍ସ ଓ ନାସାକୁ ଅଭିନନ୍ଦନ ଜଣାଇଥିଲେ । ଫ୍ଲୋରିଡା ଉପକୂଳରୁ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ବିମାନ ଉଡ଼ାଣର ଏହା ଏକ ନୂତନ ଯୁଗ ବୋଲି ସେ କହିଛନ୍ତି।

By Shilasmita