ପାଟଣା -କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚୋରି ଘଟଣାକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଖରାପ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ବୁଧବାର ମୂଷାଖୋରୀ ଗ୍ରାମର ସମାରୁ ମହାରଣା, କାଶିଆ ଗ୍ରାମର ଗୁବା ମୁଣ୍ଡା ଏବଂ ଖମୁଆଁ ଗ୍ରାମର ସନାତନ ମହାରଣା ଓ ଦିଲୁ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ ମଲ୍ଲୀପଶି ଗ୍ରାମର ମଙ୍ଗୁଳୁ ମହାରଣାଙ୍କ ପତ୍ନୀ ସୁନାମଣି ଲୋହାରଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅଭିଯୋଗ ଅନୁଯାୟୀ ସୁନାମଣିଙ୍କ ଘରୁ ଉକ୍ତ ଚାରିଜଣ ବ୍ୟକ୍ତି ଗତ ଜୁଲାଇ ମାସ ୧୨ ତାରିଖରେ ପଶି ଛେଳି ଚୋରି କରିଥିଲେ । ଏ ଘଟଣା ଜାଣିବା ପରେ ଅଭିଯୁକ୍ତ ୪ ଜଣ ତାଙ୍କ ଘରକୁ ଆସି ସୁନାମଣିଙ୍କୁ ଗାଳି ଗୁଲଜ କରି, ମାର ଧର କରିବା ସହ ତାଙ୍କ ଶାଢ଼ୀ ଟଣା ଓଟରା କରିଥିଲେ । ଅଭିଯୋଗକୁ ଭିତ୍ତି କରି ପାଟଣା ଥାନା ପୋଲିସ ୧୧୪/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।