ନୂଆଦିଲ୍ଲୀ: ଆଫଗାନିସ୍ତାନ୍ରେ ଭୂକମ୍ପ ଝଟକା । ଆଜି ସକାଳେ ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ମାପ କରାଯାଇଥିଲା। ଏହି ଭୂମିକମ୍ପ ଭୂମିରୁ ୧୩୫ କିଲୋମିଟର ତଳେ ଘଟିଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି।
ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୬.୩୩ମିନିଟରେ ଆଫଗାନିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୨ ରହିଥିଲା । ଏଥିରେ କାହାରି କ୍ଷୟକ୍ଷତି ଘଟିଥିବାର ଖବର ଏପର୍ଯ୍ୟନ୍ତ ନାହିଁ । ପ୍ରଶାସନ ଏହାରି ଉପରେ ନଜର ରଖିବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।