ନୂଆଦିଲ୍ଲୀ: ପୁଣି ଥରିଲା ମିଆଁମାର । ଆଜି ପୁଣି ଥରେ ମିଆଁମାରରେ ଶକ୍ତ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୪.୦ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର କଭୀରତା ୧୦ କିଲୋମିଟର ରହିଥିବା କୁହାଯାଉଛି । ଯାହା ଫଳରେ ଘରୁ ସମସ୍ତେ ବାହାରି ଆସିଥିଲେ । ଏଥିରେ କାହାରି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳୁଛି ।
ସୂଚନା ଅନୁଯାୟୀ , ଭାରତୀୟ ସମୟାନୁସାରେ ମିଆଁମାରରେ ଆଜି ଅଧ ରାତି ଅର୍ଥାତ୍ ୧୨.୨୮ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାପରେ ଲୋକମାନେ ଭୟଭୀତ ହୋଇପଡିଥିଲେ । NSC ପକ୍ଷରୁ ଏହାର ଅଧିକ ବିବରଣୀ ଉପରେ ଧ୍ୟାନ ରଖାଯାଇଛି । ଏହା ସହିତ ମଧ୍ୟ ସତର୍କ ଏବଂ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।