ରାଜ୍ୟରେ ଦିନ ୧ସୁଦ୍ଧା ୩୯.୩୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ଚାଲିଛି ମତଦାନ ।ତେବେ ଅପରାହ୍ନ 1 ସୁଦ୍ଧା 39.30 ପ୍ରତିଶତ ମତଦାନ ହୋଇଛି । ଝରିଗାଁରେ ସର୍ବାଧିକ ମତଦାନ ହୋଇଛି । ଝରିଗାଁ ନିର୍ବାଚନ କ୍ଷେତ୍ରରେ ମତଦାନ ହୋଇଛି 46.9 ପ୍ରତିଶତ ହୋଇଛି । ନାର୍ଲ୍ଲାରେ 45.48 ପ୍ରତିଶତ, ନବରଙ୍ଗପୁରରେ 44.09 ପ୍ରତିଶତ, ନୂଆପଡାରେ 44 ପ୍ରତିଶତ ଓ ଲାଞ୍ଜିଗଡ଼ରେ 43.72 ପ୍ରତିଶତ ମତଦାନ ହୋଇଛି । ବ୍ରହ୍ମପୁର ସହରାଞ୍ଚଳରେ ସବୁଠାରୁ କମ ମତଦାନ ହୋଇଛି । ଏଠାରେ 26.14 ପ୍ରତିଶତ ମତଦାନ ହୋଇଛି । ଛତ୍ରପୁରରେ 30 ପ୍ରତିଶତ, କୋରାପୁଟରେ 32.25 ପ୍ରତିଶତ, ରାୟଗଡ଼ାରେ 33 ପ୍ରତିଶତ, ଗୋପାଳପୁରେ 34 ପ୍ରତିଶତ ମତଦାନ ହୋଇଛି । ସହରାଞ୍ଚଳ ଲୋକେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ସିଇଓ ।  ବ୍ରହ୍ମପୁରରେ 34.97 ପ୍ରତିଶତ, କୋରାପୁଟରେ 36.64 ପ୍ରତିଶତ, ନବରଙ୍ଗପୁରରେ 42.65 ପ୍ରତିଶତ ଓ କଳାହାଣ୍ଡିରେ 42.67 ପ୍ରତିଶତ ମତଦାନ ହୋଇଛି । କଳାହାଣ୍ଡି ଓ ନବରଙ୍ଗପୁରରେ ମତଦାନ 40 ପ୍ରତିଶତ ଟପିଯାଇଛି । ଗଞ୍ଜାମ ଜିଲ୍ଲା ଚିକିଟି ବୁଥ ନଂ 74 ରେ କାର୍ଯ୍ୟରେ ଅବହେଳା ପାଇଁ ସିଟି GST ଅଫିସର ମାନସ ରଞ୍ଜନ ସେଠିଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି । ବର୍ତ୍ତମାନ ସବୁଠାରେ ଶାନ୍ତିଶୃଙ୍ଖଳାରେ ମତଦାନ ଚାଲିଛି । ଏକ ଫେକ ନ୍ୟୁଜ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏହା ଉପରେ ବିଶ୍ୱାସ କରନ୍ତୁ ନାହିଁ ।

ଅପରାହ୍ନ 1 ସୁଦ୍ଧା କୋଟିଆ ପଞ୍ଚାୟତରେ 9 ଟି ବୁଥରେ ମତଦାନ ହେଉଛି । ସେଠାରେ ହାରାହାରି 53.03 ପ୍ରତିଶତ ମତଦାନ ହୋଇଛି । ତଳକାଣ୍ଟି ରେ ସର୍ବାଧିକ 86 ପ୍ରତିଶତ ମତଦାନ ହୋଇଛି । ଗୁମେଲ ପଦର ବୁଥରେ 73.68 ପ୍ରତିଶତ ମତଦାନ ହୋଇଛି ।