ପାକିସ୍ଥାନରୁ ଫେରିଲେ ୩୬୦ ଭାରତୀୟ

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଅନେକଦିନ ଧରି କୋଭିଡ-୧୯ କଟକଣା ପାଇଁ ପାକିସ୍ଥାନରେ ଅଟକିଥିବା ୩୬୦ ଜଣ ଭାରତୀୟ ଭାରତକୁ ଫେରିଆସିଛନ୍ତି । ପାକିସ୍ଥାନରେ କୋଭିଡ କଟକଣା ଲାଗୁ ହୋଇଥିବା ସ୍ୱତ୍ତେ ପାକିସ୍ଥାନକୁ ଯାଇଥିବା ଭାରତୀୟ ଅଟକି ରହିଥିଲେ । ପଞ୍ଜାବର ଅଟ୍ଟାରି-ୱାଗାହ୍ ସୀମାନ୍ତ ଦେଇ ସୋମବାର ଦିନ ଭାରତ ଫେରିଛନ୍ତି । ସାମ୍ବାଦିକଙ୍କୁ ସୂଚନା ଦେଇ ପଞ୍ଜାବ ପୁଲିସର ପ୍ରୋଟୋକଲ ଅଫିସର ଅରୁଣପାଲ ସିଂ କହିଛନ୍ତି, ମୋଟ ୩୬୦ ଜଣ ଭାରତୀୟ ଏବଂ ୫୦ ଜଣ ଏନଓଆରଆଇ ଭିସାଧାରୀ ଭାରତକୁ ଫେରିଆସିଛନ୍ତି । ଏହା ମଧ୍ୟରେ ଗୁଜରାଟ ଉପକୂଳରେ ୨୦୧୬ ତଟରକ୍ଷୀ ବାହିନୀ ହାତରେ ଧରାପଡିଥିବା ତିନିଜଣ ପାକିସ୍ଥାନ ମତ୍ସ୍ୟଜୀବୀ ଓ ପଞ୍ଜାବର ତରନ ତାରନରେ ଗିରଫ ହୋଇଥିବା ପାକିସ୍ତାନ ଲାହୋରର ଜଣେ ବାସିନ୍ଦାଙ୍କୁ ମୁକ୍ତ କରିଦିଆଯାଇଛି । ୨୦୨୦ ଡିସେମ୍ବର ୨୯ରେ ପାକିସ୍ତାନରୁ ୧୩୭ ଜଣ ଲୋକ ଭାରତ ଆସିବାପରେ କୋଭିଡ କଟକଣା କାରଣରୁ ଏଠାରେ ଅଟକି ରହିଥିଲେ । ସେମାନଙ୍କୁ ମଧ୍ୟ ସୀମାନ୍ତ ଫାଟକ ଦେଇ ମଙ୍ଗଳବାର ଦିନ ପାକିସ୍ଥାନକୁ ପଠାଇ ଦିଆଯାଇଛି ।