ହିଞ୍ଜିଳି କାଟୁ/ରଜନୀକାନ୍ତ ପାତ୍ର : ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସର ୨୦୨୧ ବ୍ୟାଚ୍ ଅଧିକାରୀ ଗଣ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ଏଠାରେ ପ୍ରକାଶ ଥାଉକି ମସୌରୀ ଠାରେ ଥିବା ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରୁ ଏହି ୩୮ ଜଣ ଅଧିକାରୀ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲା ଆସିଛନ୍ତି । ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଦ୍ବାରା ପରିଚାଳିତ ଭାରତ ଦର୍ଶନ କାର୍ଯ୍ୟକ୍ରମର ଏହା ଅଂଶ ବିଶେଷ ଭାବରେ ଏକ ଅଧ୍ୟୟନ ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତ ।

ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକର ଆମ୍ବ ଗାଁ ଗ୍ରାମ ପଂଚାୟତର MCC, MRF ମୋଡେଲ ଅଙ୍ଗନବାଡି, ପାର୍କ ମିଶନ ଶକ୍ତି ଗୃହ, ହିଂଜିଲିକାଟୁ ପୌରପରିସଦର ନେତାଜୀ ପାର୍କ ଓ 5ଟିରେ ରୂପନ୍ତକରଣ ହୋଇଥିବା ବୃନ୍ଦାବନ ବିଦ୍ୟା ପୀଠ, ସାରୁ ଗ୍ରାମପଂଚୟତର ସ୍କୁଲ, ଗାଈ ଗୁହାଳ, ବିଜୁ ପଂଚାୟତ ପାଠାଗାର ଓ ଅନ୍ୟାନ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ବୁଲି ଦେଖିଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ୫-ଟି ର କାର୍ଯ୍ୟକାରୀତା, ଜିଲ୍ଲାର ନିଜସ୍ବ ପଦକ୍ଷେପ କାର୍ଯ୍ୟକ୍ରମ ମୋ ଗେହ୍ଲା ଝିଅ, ନିର୍ଭୟ କଢି, ସ୍ବୟଂ ସିଦ୍ଧା, ପର୍ଯ୍ୟଟନ ସ୍ଥଳର ବିକାଶ ଇତ୍ୟାଦି ସମ୍ପର୍କରେ ଅବଗତ କରାଇଥିଲେ ।

ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀ ନିଜ ବକ୍ତବ୍ୟ ରେ ଗଞ୍ଜାମ ଜିଲ୍ଲା ହିଂଜିଲି ବ୍ଲକ ଓ ପୌରପରିସଦର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇ ଗଂଜାମ ଜିଲ୍ଲା ଭଳି ପ୍ରକୃତିକ ବିପର୍ଯ୍ୟୟ ଜିଲ୍ଲାର ବିକାଶ ନିମନ୍ତେ କିଭଳି ଯୋଜନା କାର୍ଯ୍ୟକାରୀ ହେବା ସହିତ ବିପର୍ଯ୍ୟୟ ସତ୍ତ୍ବେ ଏହାର ମୁକାବିଲା କରି ଉନ୍ନୟନ ମୂଳକ ପ୍ରସ୍ତୁତିର ଧାରାକୁ ପ୍ରଶଂସା କରିଥିଲେ । ପରିଶେଷରେ ଭାରତୀୟ ପ୍ରଶାସନିକ ଅଧିକାରୀ ଡଃ ରୀନା ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ଓଡିଶା ପ୍ରଶାସନର ଆତିଥ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ପରିଦର୍ଶନର ସମସ୍ତ ଦାୟୀତ୍ବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ,ପୌରପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁ,ବିଡ଼ିଓ ଶ୍ରୀ ସୁବତ ଜେନାଙ୍କ ନେତୃତ୍ବରେ କରାଯାଇଥିଲା ।