୨୦୦୮ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ୩୮ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

ବାକି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ

0

ନୂଆଦିଲ୍ଲୀ:୨୦୦୮ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାରେ ଆଜି ରାୟ ପ୍ରକାଶ କରିଛନ୍ତି କୋର୍ଟ । ଦୋଷୀ ୩୮ଜଣଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ କୋର୍ଟ ରେ ରାୟ ପ୍ରକାଶ କରିଛନ୍ତି । ଯାହାକି ଭାରତ ଇତିହାସର ପ୍ରଥମ ଥର ଏଭଳି ରାୟ ଶୁଣାଇଛନ୍ତି ମାନ୍ୟବର ସ୍ୱତନ୍ତ୍ର କୋର୍ଟ । ୪୯ ଦୋଷୀଙ୍କ ମଧ୍ୟମରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ । ବାକି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସିରିଜ୍‌ ବୋମା ବିସ୍ଫୋରଣରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ୭୦ମିନିଟ ଭିତରେ ବିଭିନ୍ନ ସ୍ଥାନରେ ୨୧ଟି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ସୂଚନା ଯୋଗ୍ୟ ଯେ ୨୦୦୮ ଜୁଲାଇ ୨୬ରେ ଘଟିଥିଲା ଏହି ନାରକୀୟ ଘଟଣା ।