(ରାଉଲକେଲା) : ସୁନ୍ଦରଗଡ଼ ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରୀ ମାଡି ଚାଲିଛି । ଅଧିକାଂଶ ସଂକ୍ରମିତ ହେଉଛନ୍ତି ରାଉଲକେଲାର । ରାଉରକେଲା ଇସ୍ପାତ କାରଖାନା (ଆରଏସ୍ପି)ରେ ୩୭୦ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ବୁଧବାର କରୋନାରେ ଆକ୍ରାନ୍ତ ହୋଇ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଚିକିତ୍ସାଧୀନ ଥିବା ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଦୁଇ ଜଣଙ୍କ ମୃତ୍ୟୁକୁ ମିଶାଇ ସପ୍ତାହକରେ ଗଲାଣି ୫ ଜୀବନ ।
ସୂଚନାନୁଯାୟୀ , ଜଣକ ପରେ ଜଣେ କର୍ମଚାରୀ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ୨୪ ଜଣ କର୍ମଚାରୀ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୩୭୦ରେ ପହଞ୍ଚିଛି । ତେବେ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଜଣ କର୍ମଚାରୀ ଆଇଜିଏଚ୍ରେ ଚିକିତ୍ସାଧୀନ ଥିଲେ । ସେମାନଙ୍କର ବୁଧବାର ମୃତ୍ୟୁ ଘଟିଛି ।