ଏକା ସାଙ୍ଗରେ ସ୍କୁଲରୁ ୩୬ ପଜିଟିଭ

ସୁନ୍ଦରଗଡ: ଦିନକୁ ଦିନ ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବଢିବାରେ ଲାଗିଛି । ତେବେ ଏହି ଲହରରେ ବେଶୀ ସଂକ୍ରମଣ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି । ଅନେକ ସ୍କୁଲ ଏବଂ କଲେଜରୁ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ଭିତରେ ସୁନ୍ଦରଗଡର ନବୋଦୟ ବିଦ୍ୟାଳୟରୁ ଏକା ସାଙ୍ଗରେ ୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି ।
ଖବର ଅନୁଯାୟୀ, ସୁନ୍ଦରଗଡ ନବୋଦୟ ବିଦ୍ୟାଳୟରୁ ୩୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ସହିତ ସ୍କୁଲର ଜଣେ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ । ସଂକ୍ରମିତଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ତେବେ ଆକ୍ରାନ୍ତମାନଙ୍କସ୍ୱାସ୍ଥ୍ୟ ଉପରେ କଡା ନଜର ରଖାଯାଇଛି ।