( ଆଦର୍ଶ ରାଉତ) : ଆଜି ପୁଣିଥରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୩୪୦ ଗ୍ରାମ ସୁନା ଜବତ କରାଯାଇଛି । ଜବତ ହୋଇଥିବା ସୁନାର ମୂଲ୍ୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହୋଇଥିବ ବୋଲି ଅନୁମାନ କରାଯାଉଛି । କ୍ୱାଲାଲମ୍ପପୁରୁ ଚେନ୍ନାଇକୁ ସୁନା ଚୋରା ଚାଲାଣ ବେଳେ ବିମାନବନ୍ଦରରେ କଷ୍ଟମ ବିଭାଗ ହାତରେ ଧରାପଡିଥିଲା । ଏୟାର ଏସିଆ କର୍ତ୍ତୃପକ୍ଷ ସୂଚନା ଅନୁଯାୟୀ , ଏହି ଘଟଣାରେ ସଂପୃକ୍ତ ଥିବା ଦୁଇଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।