ଭୁବନେଶ୍ୱର :ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୋଲିସ ପ୍ରଦାନ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା କାର୍ଯ୍ୟ ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସ ମେଡାଲ ପାଇଛନ୍ତି। ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରୀଟି wing ଏସପି ସରୋଜ କୁମାର ମହାପାତ୍ର।
ସେହିଭଳି ସାହାସିକତା ପାଇଁ ଦୁଇ ଜଣ SOG କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ସେମାନେ ହେଲେ ଭିଜିଲାନ୍ସ ଅତିରିକ୍ତ ଏସ୍ପି ପ୍ରକାଶ କୁମାର ନାୟକ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ର ଡ଼ିଏସପି ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ, ରାଉରକେଲା ଡ଼ିଏସପି ବନିତା ମାଝୀ , କ୍ରାଇମବ୍ରାଞ୍ଚ ଏସଆଇ ଏନ. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେଶାଲ ସ୍କ୍ବାର୍ଡ ଏଏସଆଇ ମହମ୍ମଦ ଯାହାଙ୍ଗିର , ଝାରସୁଗୁଡା ବାଟାଲିୟନ ହାବିଲଦାର ବିଷ୍ଣୁ କୁମାର ବୁରା, ଅନୁଗୁଳ ର ହାବିଲଦାର ହୃଷିକେଶ ବାରିକ, କୋରାପୁଟ ଏସଓଜି ର ବସନ୍ତ କୁମାର ଡାକୁଆ, ରାଉରକେଲା ଡିଏଫଏସ୍ଏଲ ର କଂଷ୍ଟେବଲ ଅଞ୍ଜନ ମହାନ୍ତି ଓ କୋରାପୁଟ ତୃତୀୟ ବାଟାଲୀୟନ ର ପ୍ରଶାନ୍ତ ପରିଡା। ସେହିଭଳି ରାଜ୍ୟପାଳ ମେଡାଲ ପାଇଛନ୍ତି ଓଡିଶା ସରକାରଙ୍କ ଆବାସିକ କମିଶନର ରବିକାନ୍ତ ଓ ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲ । କ୍ୟାଟାଗୋରୀ ୨ ରେ ପୁରୀ ଏସପି କନୱାର ବିଶାଲ ସିଂ ଓ କଟକ ଷଷ୍ଠ ବାଟାଲୀୟନର କମାଣ୍ଡାଣ୍ଟ ବିଜୟ ଚନ୍ଦ୍ର ପ୍ରଧାନ । ସେହିଭଳି କଟକ ଜୋନ ଏସିପିଙ୍କ ସହ ଅନ୍ୟମାନଙ୍କୁ ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି ।