ରାଉଲକେଲା(ରିପୋର୍ଟର୍ସ ଟୁଡେ): ଏଟିଏମରୁ ୩୪ଲକ୍ଷ ଟଙ୍କା ଉଭାନ ହୋଇଯାଇଛି । ରାଉରକେଲା ସେକ୍ଟର ୧୯ ସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଏଭଳି ଘଟଣା ଘଟିଛି । ଏଥିରେ ଦୁଇଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚାରା କରିଛି । ରାଉରକେଲା ସେକ୍ଟର-୧୯ ସ୍ତିତ ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଲୋଡ୍ ପାଇଁ ବ୍ୟାଙ୍କରୁ ଯାଇଥିବା ୩୪ ଲକ୍ଷ ଟଙ୍କା ହଡପ ହୋଇଯାଇଛି । ରଏଟର ନାମକ ଏଜେନ୍ସି ଟଙ୍କା ଲୋଡ ପାଇଁ ଦାୟିତ୍ୱ ନେଇଛି । ତେବେ ଏହି ଟଙ୍କା ଏଟିଏମରେ ଲୋଡ୍ ବ୍ୟାଙ୍କରୁ ଯାଇଥିବା ବେଳେ ଏଜେନ୍ସି ଏହା ଲୋଡ୍ କରାଯାଇନାହିଁ । ଅଡିଟ୍ ରେ ଏହା ଧରାପଡିବା ପରେ ଥାନାରେ ମାମଲା ରୁଜୁ ହୋଇଛି ।