ଅତର୍କିତ ଚଢଉ ,୩୨.୬କେଜି ଓଜନର ଗଞ୍ଜେଇ ଜବତ

ଭୁବନେଶ୍ୱର : ଗତ କାଲି ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଜଟଣୀ ଥାନା ଅନ୍ତର୍ଗତ ଖୁଦିପୁର ଛକ ରୁ ଆଇଆଇଟି ରାସ୍ତା ମଧ୍ୟରେ ଥିବା ମା ମଙ୍ଗଳ ମନ୍ଦିର ନିକଟରେ ଅତର୍କିତ ଚଢଉ କରିବା ସହିତ ନିମ୍ନୋକ୍ତ ୬ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ମାନଙ୍କ ହେପାଜତରୁ ୭ଟି ମୋବାଇଲ ଫୋନ, ୮୪,୨୦୦/- ଟଙ୍କା, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ, ଗୋଟିଏ କାର, ଏବଂ ୩୨.୬କେଜି ଓଜନର ଗଞ୍ଜେଇ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତମାନେ ଗଞ୍ଜେଇ ବିକ୍ରୟ ନିମନ୍ତେ କୌଣସି ସ୍ଵିକୃତୀପତ୍ର ଦେଖାଇ ପାରିନଥିବା ବେଳେ ପେସାଗତ ଭାବରେ ବେଆଇନ ଚାଲାଣ କରି ବିକ୍ରୟ କରୁଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ଜନସାଧାରଣମାନେ ନିଶା କାରବାର ଜନିତ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।