ସାତକୋଶିଆରେ ୩୦ରୁ ୩୫ଟି ଘଡ଼ିଆଳ କୁମ୍ଭୀର ଛୁଆ

ଅନୁଗୋଳ: କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ସାତକୋଶିଆକୁ ଆସିଲେ ନୂଆ ଅତିଥି । ଗୁରୁବାର ଅଣ୍ଡା ଫୁଟି ବାହାରିଛନ୍ତି ଘଡ଼ିଆଳ କୁମ୍ଭୀର । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ରୁ ୩୫ଟି ଘଡ଼ିଆଳ ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସୂଚନା ଦେଇଛନ୍ତି ।ମାଆ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ ହୋଇଛି । ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରକୁ ସାତୋକୋଶିଆରେ ୨୦୨୧ ମସିହାରୁ ସଫଳତାର ସହ ଅଣ୍ଡା ଫୁଟେଇ ଆସୁଛି ବନ ବିଭାଗ ।