ପାଳଲହର /ପିତାମ୍ବର ନାୟକ: ଅନଗୁଳ ୧୪୯ ନମ୍ବର ଜାତୀୟ ରାଜପଥ ଟୋଲଗେଟରେ ସିରିଜ ଦୁର୍ଘଟଣା। ଖମାର ଥାନା ଅନ୍ତର୍ଗତ ୧୪୯ ଜାତୀୟ ରାଜପଥ ଟୋଲ ଗେଟ ନିକଟରେ ଟ୍ରଲରକୁ ପଛପଟୁ ପିଟିଲା ଟ୍ରକ, ତା ପଛକୁ ଏକ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ପିକଅପ ଗାଡ଼ିରେ ପ୍ରଥମେ ନିଆଁ ଲାଗି ଜଳିଯାଇଛି।
ସୂଚନା ଅନୁଯାଇ ଅନଗୁଳ ଜିଲ୍ଲା ପାଳଲହଡା ଖମାର ଥାନା ଅନ୍ତର୍ଗତ ୧୪୯ ଜାତୀୟ ରାଜପଥ ସତ୍ୟବନ୍ଧ ଟୋଲ ଗେଟ ନିକଟରେ ପାଇପ ବୋଝେଇ ଟ୍ରଲର ଓ ଏକ ୧୨ ଚକା ଟ୍ରକ, ମୁହାଁ ମୁହିଁ ଧକ୍କା ହଵା ଫଳରେ ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା ତା ପଛକୁ ଏକ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ଏକ ମୁଢି ବୋଝେଇ ପିକଅପ ଭ୍ୟାନ ମଧ୍ୟ ନିଆଁ ଲାଗିଯାଇଥିଲା। ପରେ ଟ୍ରକ ଓ ଟ୍ରଲରରେ ମଧ୍ୟ ନିଆଁ ଲାଗିଯାଇ ୩ ଟି ଜାକ ଗାଡି ସମ୍ପୂର୍ଣ ଜଳି ଯାଇଥିଲା I ସୂଚନା ପାଇ ପାଳଲହଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଦୁର୍ଘଟଣାରେ ପିକଅପ ରେ ଥିବା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଟୋଲଗେଟ କର୍ମଚାରୀ ଖମାର ଡାକ୍ତରଖାନା ରେ ଭର୍ତି କରିଥିବା ବେଳେ ଅନ୍ୟ ଦୁଇ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାରହୋଇଥିବା କୁହାଯାଉଛି । ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I