ନୟାଗଡ଼ : ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସ୍ପେଣ୍ଡ କରିଛନ୍ତି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ। ନିଲମ୍ବିତ ତିନି କର୍ମଚାରୀ ହେଲେ ଏସ୍ଆଇ ହସିନା ପ୍ରଧାନ, ଏଏସ୍ଆଇ ରାଜେଶ୍ୱରୀ ନାୟକ ଏବଂ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା ମାମଲାରେ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ , ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ ଧରଣର ସିରିଜ ଚୋରି ହୋଇଥିଲା l ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ ନେଇ ରାତାରାତି ଥାନାକୁ ଆସିଥିଲେ ଅଭିଯୋଗକାରୀ । ତୁରନ୍ତ ତାଙ୍କୁ ପୁଲିସ ସେବା ଯୋଗାଇ ଦେବା ପରିବର୍ତ୍ତେ ସକାଳୁ ଆସ କହି ତଡ଼ି ଦେଇଥିଲେ ଦାୟିତ୍ୱରେ ଥିବା ଏହି ୩ ପୁଲିସ କର୍ମଚାରୀ l ଏହି ଘଟଣା SP ରାହୁଲ ଜୈନ ନଜରକୁ ଆସିବା ପରେ ତଦନ୍ତ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ଲୋକଙ୍କୁ ପୁଲିସ ସେବା ଯୋଗାଇବାରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା SP ରାହୁଲ ଜୈନ ସୂଚନା ଦେଇଛନ୍ତି l