କଟକ: କଟକ ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା । ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଏହି ମାମଲାରେ ୬ ଜଣ ଗିରଫ ହୋଇଥିଲେ, ଆଜି ଆଉ ୩ ଗିରଫ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସିପି । ଆଗକୁ ଆଉ ଅଧିକ ଗିରଫ କରାଯାଇ ପାରେ ବୋଲି କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ । ସେପଟେ ହାତୀପୋଖରୀ ଓ କଦମ ରସୁଲ ଅଞ୍ଚଳରେ କମିଶନରେଟ୍ ପୋଲିସ ଯାଞ୍ଚ ।

ସେପଟେ କଟକ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍ ନଂ ଜାରି କରାଯାଇଛି। ମୋବାଇଲ୍ ନଂ ୭୩୨୮୦୭୭୩୨୪/୮୪୮୦୫୧୩୦୦୭ ଜାରି ହୋଇଛି। ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ଦୁଇ ମୋବାଇଲ ନଂରେ ଜଣାଇବାକୁ କୁହାଯାଇଛି। ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ହାତୀପୋଖରୀ ଅଞ୍ଚଳରେ ପୋଲିସ ଘରେ ଘରେ ପଶି ଯାଞ୍ଚ କରୁଛି। କିଛି ମସଜିଦ ପାଖ ଅଞ୍ଚଳ ମଧ୍ୟ ଯାଞ୍ଚ ହୋଇଛି।