(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଛିକୁ ଏକ ବଡ଼ ସଫଳତା । ଦିର୍ଘ ୨ ମାସ ଧରି ସୁବର୍ଣ୍ଣପୁର ଜିଲ୍ଲାରେ ଚଳାଇଥିବା ଏକ ଚୋରି ରାକେଟକୁ ଧରିବାରେ ସଫଳ ହୋଇଛି ପୋଲିସ। ଏହି ରାକେଟ ଠାରୁ ୯ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର କରିିଛି । ତାହା ସହ ୩ ଅଭିଯୁକ୍ତ ସମେତ ଜଣେ ନାବାଳକଙ୍କୁ ଗିରଫ କରିଛି ପୋଲିସ । ଅଭିଳାଷ ମିଶ୍ର ଓ ଜଣେ ନାବାଳକଙ୍କ ନାମରେ ବିଭିନ୍ନ ଚୋରି ମାମଲାରେ କେସ୍ ନମ୍ବର ୧୧୧/୧୨୯/୧୨୪/୧୨୮/ ୨୦୧୮,ଆପିସି ଧାରା ୪୫୭/୩୮୦ ରେ ଏକ ସାମସଙ୍ଗ ଏଲଇଡି ଟିଭି, ସୋନି ହେଣ୍ଡିକେମ୍ କ୍ୟାମେରା, ସୋନି ଲାପଟପ,୨ ଟି ହାତ ଘଣ୍ଟା ଏବଂ୧୦୦ ଗ୍ରାମର ସ୍ୱର୍ଣ୍ଣ ବିସ୍କୁଟ ଜବତ୍ ହୋଇଛି । ଠିକ ସେହିପରି ଅନ୍ୟ ଏକ ମାମଲାରେ ୩ ଟି କମ୍ଫୁଟର ସେଟ, ୨ ଟି ସିଲିଙ୍ଗ ଫୋନ୍, ୨ ଟି ପ୍ରିଣ୍ଟର, ୨ ଟି ମୋବାଇଲ ଫୋନକୁ ପୋଲିସ ଅଭିଯୁକ୍ତଙ୍କ ଘରୁ ଜବତ୍ କରିଛି । ସମସ୍ତ ଜବତ୍ ସାମଗ୍ରୀ ହାରାହାରି ମୂଲ୍ୟ ୯ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସ ପ୍ରକାଶ କରିଛନ୍ତି ।ଏହି ରାକେଟ ରେ ବଲାଙ୍ଗୀରର ସୁନା ବେପାରୀ ଲକ୍ଷ୍ମୀ ନାରାୟଣ ନନ୍ଦ ଓ ମଧ୍ୟସ୍ତି ଜିତାନନ୍ଦ ଶତପଥିଙ୍କୁ ଗିରଫ କରିଛି ପୋଲିସ।ଏ ସମ୍ଫକରେ ଆଜି ସୁବର୍ଣ୍ଣ ପୁର ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରାକେଟ କିଛି ଦିନ ହେବ ଅଭ୍ୟାସ ଗତ ଭାବେ କିଛି ଘରକୁ ଚୋରି କରୁଥିବା ସ୍ୱଷ୍ଟ କରୁଥିବା ବେଳେ ଏହା ରାକେଟକୁ ନେଇ ଅଧିକ ତଦନ୍ତ ଓ ଅନୁସନ୍ଧାନ ଚାଲିଥିବା କହିଛନ୍ତି।