ତେଳେଙ୍ଗାନା: ଏକ ନିର୍ମାଣଧୀନ ଷ୍ଟାଡିୟମର ଛାତ ଭୁଶୁଡି ପଡଇ ଚାଲି ଯାଇଛି ୩ଜଣଙ୍କ ଜୀବନ । ଏଭଳି ଦୁର୍ଘଟଣା ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାର ମୋଇନାବାଦ ଗାଁରେ ଦେଖିବାକୁ ମିଳିଛି । ଗାଁରେ ଏକ ଇନଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ତାର ଛାତ ଭୁଶୁଡି ପଡିଥିବା କୁହାଯାଉଛି । ଏଠାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଆହତ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଭଗ୍ନାବଶେଷ ତଳୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରେସ୍କ୍ୟୁ ଟିମ୍ ବାକି ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।