ବରଗଡ: ବରଗଡରେ ହାତୀ ଦାନ୍ତ ଚୋରା ଚାଲାଣ ବେଳେ ବନ ବିଭାଗ ଏବଂ ଏସଟିଏଫର ମିଳିତ ଚଢାଉ । ଜବତ ହେଲା ହାତୀ ଦାନ୍ତ, ଜଣେ ଅଟକ । ବରଗଡ ଜିଲ୍ଲା ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରେ ହାତୀ ଦାନ୍ତର ଚାଲିଥିଲା ଚୋରା ଚାଲାଣ । ଏ ନେଇ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଏବଂ ବନ ବିଭାଗ ତରଫରୁ ମିଳିତ ଚଢାଉ କରାଯାଇଛି । ଚଢାଉରେ ୩ କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଜବତ କରିଛି ଟିମ । ଏହାସହ ଘଟଣାରେ ଲରମ୍ବା ଥାନା ଅନ୍ତର୍ଗତ ରମେଶ ପ୍ରଧାନକୁ ଅଟକ ରଖିଛି ଏସଟିଏଫ । ବଲାଙ୍ଗୀର ପଟରୁ ଦାନ୍ତ ଚୋରା ଚାଲାଣ ହେଉଥିବା ଅନୁମାନ କରାଯାଉଥିବା ବେଳେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

ଏସଟିଏଫର ସ୍ୱତନ୍ତ୍ର ଅଭିଯାନରେ ବର୍ଷକ ମଧ୍ୟରେ ୨୦ଟି ଚିତାବାଘ ଛାଲ, ୧୧ଟି ହାତୀ ଦାନ୍ତ ସହିତ ୨ଟି ହରିଣ ଛାଲ, ୬ଟି ବଜ୍ରକାପ୍ତା ଏବଂ ୧୫ କେଜିର ବଜ୍ରକାପ୍ତା କାତି ଜବତ କରିଥିବା ବେଳେ ୪୩ ଜଣ ବନ୍ୟପ୍ରାଣୀ ଅପରାଧୀଙ୍କୁ ଜବତ କରାଯାଇଛି ।