ବ୍ରାଜିଲରେ ଚାଲିଥିବା ବିଶ୍ୱ ବକ୍ସିଂ କପରେ ଭରତର ୩ ବକ୍ସର

ନୂଆଦିଲ୍ଲୀ: ବ୍ରରଜିଲରେ ଚାଲିଥିବା ବିଶ୍ୱ ବକ୍ସିଂ କପରେ ଭାରତର ୩ ଜଣ ବକ୍ସର ସେମି ଫାଇନାଲାରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି । ସେମାନ ହେଲେ ମନୀଷ ରାଠୋର, ହିତେଶ ଓ ଅବନାଶ ଜାମୱାଲ । ପୁରୁଷ ୫୫ କିଲୋ ବର୍ଗ କ୍ୱାର୍ଟରରେ ମନୀଷ ଅଲିମ୍ପିଆନ ଅଷ୍ଟ୍ରେଲିଆର ୟୁସୁଫ୍ ଚୋଥିଆଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିଲେ । ସେମି ଫାଇନାଲରେ ସେ କାଜାଖସ୍ତାନର ନୁରସୁଲତାନ ଅଲ୍ଟିନବେକଙ୍କୁ ସାମ୍ମା କରିବେ ।
ସେହିପରି ୬୫ କିଲୋ ବର୍ଗ କ୍ୱାର୍ଟରରେ ଅବିନାଶ ଜର୍ମାନୀର ଡେନିସ ବ୍ରିଲ୍ଡଙ୍କୁ ଏବଂ ୭୦ କିଲୋ ବର୍ଗ କ୍ୱାର୍ଟରରେ ହିତେଶ ଇଟାଲୀର ଗାବ୍ରିଏଲ ଗୁଇଡି ରେଣ୍ଟାନିଙ୍କୁ ହରାଇଥିଲେ । ସେମି ମୁକାବିଲାରେ ହିତେଶ ଫ୍ରାନ୍ସର ମାକନ ଟ୍ରାଓରେଙ୍କୁ ଏବଂ ଅବିନାଶ ଇଟାଲୀର ଗିଆନଲୁଗି ମାଲିଙ୍ଗଙ୍କୁ ଭେଟିବେ । ଚଳିତ ଟୁର୍ଣ୍ଣାମେଣ୍ଟରେ ୧୯ ଟି ଦେଶରୁ ୧୩୦ ଜଣ ବକ୍ସର ଭାଗ ନେଇଛନ୍ତି ।