ସମ୍ବଲପୁର: ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା। ଆକ୍ସନ ଆରମ୍ଭ କଲା ବନ ବିଭାଗ। ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଏବେବି ଫେରାର୍ ରହିଛି। ସେହିପରି ବନବିଭାଗର ତ୍ରୁଟି ଥିବାରୁ ତୁରନ୍ତ ୩ କ୍ଷେତ୍ରର ବନ କର୍ମଚାରୀଙ୍କୁ ସସ୍ପେଣ୍ଡ କଲା ବନ ବିଭାଗ । ସେପଟେ ୨ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ କଲା ବନ ବିଭାଗ। ଏହାସହ ବିଦ୍ୟୁତ୍ ବିଭାଗ ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।