ପଞ୍ଜାବରେ କୃଷକ ସଂଗଠନର ୩ ଦିନିଆ ‘ରେଳ ରୋକ’ ଆନ୍ଦୋଳନ

ପଞ୍ଜାବ : ପଞ୍ଜାବରେ ପୁଣି ତାତିଲା କୃଷକ ସଂଗଠନ । ୩ ଦିନିଆ ରେଳ ରୋକ ଆନ୍ଦୋଳନ କରିଛି କୃଷକ ସଙ୍ଗଠନ । ଏହି ଆନ୍ଦୋଳନରେ କୃଷକ ମାନେ ରେଳ ଧାରଣାରେ ବସିଛନ୍ତି ଫଳରେ ୯୨ ଟି ଟ୍ରେନର ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ରେଳ ଅଧିକାରୀଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି ଯେ ଲୋହିୟା ଖାସ୍ ଏକ୍ସପ୍ରେସ୍ ସ୍ପେଶାଲ, କୋଟାକାପୁର ଫାଜିଲ୍କ ଡେମୁ ଏକ୍ସପ୍ରେସ୍ ସ୍ପେଶାଲ, ଜଳନ୍ଦର ସେଟି ହୋଶିୟାପୁର ଡେମୁ ସ୍ପେଶାଲ ସମେତ ୧୨ଟି ଟ୍ରେନ୍ ବାତିଲ କରାଯାଇଛି ।
ସୂଚନା ଅନୁଯାୟୀ , ବନ୍ୟାରେ ହୋଇଥିବା କ୍ଷତି ଯୋଗୁ ଋଣ ଛାଡ ପାଇଁ କୃଷକମାନେ ଏହି ଆନ୍ଦୋଳନ କରିଛନ୍ତି । ଏହା ବ୍ୟତୀତ କୃଷକ ସଙ୍ଗଠନ ର ଏହା ମଧ୍ୟ ଦାବି ରହିଛି ଯେ, ଯେଉଁ କୃଷକମାନେ ଆତ୍ମହତ୍ୟା କରିଛନ୍ତି, ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କ ଦିଆଯାଉ ଏବଂ ପରିବାରର ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯାଉ । ନହେଲେ କୃଷକ ସଂଗଠନ କେନ୍ଦ୍ର ବିରୋଧରେ ସେପ୍ଟେମ୍ୱର ୩୦ ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବ ।