ଦଶହରାରେ ଖୁସି ଖବର, ବଢ଼ିଲା ୩ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ଵର: ଦଶହରାରେ ଖୁସି ଖବର । କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନ୍‌ସନଧାରୀଙ୍କ DA ୩% ବୃଦ୍ଧି । DA ଓ DR ୩% ବୃଦ୍ଧି ନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପିଛିଲା ଭାବେ ୧ ଜୁଲାଇ ୨୦୨୫ରୁ ଲାଗୁ ହେବ । ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍‌ସନଧାରୀ ଏଥିରେ ଉପକୃତ ହେବେ । ସରକାରଙ୍କୁ ୧୦ ହଜାର ୮୪ କୋଟି ଟଙ୍କା ଅତିରିକ୍ତ ଦେୟ ପଡ଼ିବ ।

ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରର ବକେୟା ଅକ୍ଟୋବର ଦରମା ସହିତ ମିଳିବ । ସରକାର ଦୀପାବଳି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏକ ଉପହାର ଦେଇଛନ୍ତି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । ୭ମ ବେତନ ଆୟୋଗ ମୁତାବକ, ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କ ସହିତ ପେନସନଭୋଗୀଙ୍କ ପାଇଁ ଏହା ଲାଗୁ ହେବ । ସରକାର ପୂର୍ବରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ୨% ବୃଦ୍ଧି କରିଥିଲେ । ଯାହା ଜାନୁଆରୀ ୧, ୨୦୨୫ ରୁ ଲାଗୁ ହୋଇଥିଲା । ଏହାଦ୍ବାରା ୧୧.୫ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହୋଇଥିଲେ । ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୩% ରୁ ୫୫% କୁ ବୃଦ୍ଧି ପାଇଲା । ଏବେ ୩ ପ୍ରତିଶତ ବଢିଲା ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୮%କୁ ବୃଦ୍ଧି ପାଇଛି ।