ସୋପିଆନ ଆତଙ୍କବାଦୀ ହମଲାରେ ୩ ଗୁରୁତର

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରର ସୋପିଆନରେ ଆତଙ୍କବାଦୀ ହମଲା କରିଛନ୍ତି । ଦକ୍ଷିଣ କାଶ୍ମୀରର ଗଗରାନ ଅଞ୍ଚଳରେ ୩ ବାହାର ରାଜ୍ୟର ଶ୍ରମିକଙ୍କୁ ୨ ଜଣ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଏମାନେ ସମସ୍ତେ ବିହାର ଜିଲ୍ଲା ସୁପୌଲର ବୋଲି ଜଣାପଡ଼ିଛି । ଗୁଳିମାଡ଼ରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ଅଞ୍ଚଳରେ ନାକାବନ୍ଦୀ ହୋଇଛି ।

୩ଜଣ ଶ୍ରମିକ ହେଲେ ଅନମୋଲ କୁମାର, ହରିଲାଲ ଯାଦବ ଓ ପିଣ୍ଟୁ କୁମାର ଠାକୁର । ରାତି ପ୍ରାୟ ୮ଟା ୪୫ରେ ଫୁଟିଥିଲା ଗୁଳି। ଶ୍ରମିକ ରହୁଥିବା ଭଡ଼ା ଘରେ ପଶି ବିହାରର ୩ଜଣ ଶ୍ରମିକଙ୍କୁ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଶିବିରରୁ ମାତ୍ର ୧୫୦ ମିଟର ଦୂରରେ ହୋଇଛି ଫାୟାରିଂ । ସମ୍ପୃକ୍ତ ଭଡ଼ା ଘରେ ପ୍ରାୟ ୨୦ଜଣ ବାହାର ରାଜ୍ୟର ଶ୍ରମିକ ରହୁଥିଲେ । ସୁରକ୍ଷା ଦୃଷ୍ଟିରୁ ପୁରା ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।