ଗଞ୍ଜାମ /ରଜନୀକାନ୍ତ ପାତ୍ର : ଜଣେ ଗର୍ଭବତୀ ମହିଳା ଏକକାଳୀନ ୩ ଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଡେଗାଂଓସ୍ତା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ , ଆଜି ଜଣେ ମହିଳା ଏକ ସଙ୍ଗରେ ତିନୋଟି ସନ୍ତାନ ପ୍ରସବ କରିଛନ୍ତି । ଉକ୍ତ ମହିଳା ଜଣକ ଦିଗପହଣ୍ଡି ଚାଚଂଡା ଗ୍ରାମର ବୋଲି ଜଣାପଡିଥିବା ବେଳେ ତିନିଜଣ ସନ୍ତାନ ମଧ୍ୟରେ ଦୁଇଜଣ କନ୍ୟା ଓ ଜଣେ ପୁଅ ଥିବା ଜଣାପଡିଛି । ମା ଓ ତିନି ସନ୍ତାନ ଉଭୟ ସୁସ୍ଥ ଥିବା ଜଣାପଡିଛି ।