ଭୁବନେଶ୍ୱର;- +୩ ନାମଲେଖାରେ ଗାଇଡଲାଇନରେ ପରିବର୍ତ୍ତନ ହୋଇଥିବା କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । କେଉଁମାନେ ଆବେଦନ କରିପାରିବେ କେଉଁମାନେ କରିପାରିବେ ନାହିଁ ସେନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଥିଲା । ଯାହାକୁ ପରିବର୍ତ୍ତନ କରାଯାଇଛି ।ଏହାକୁ ମଧ୍ୟ ଫର୍ମ ପୂରଣ ପୂର୍ବରୁ ନିର୍ଦ୍ଦେଶ ନାମାରେ ସାମିଲ କରାଯାଇଥିଲା।କିନ୍ତୁ କିଛି ପିଲା ଏ ଗାଇଡଲାଇନ ବିଷୟରେ ଜାଣିଥିଲି କିଛି ପିଲା ଏ ବିଷୟରେ ଜାଣିପାରିନଥିଲେ।ବର୍ଷର ୪,୫ ମାସ ଆଡ଼ମିଶନ ନ ଯିବା ପାଇଁ ଏଭଳି ନିୟମ ହୋଇଥିଲା। ଯେହେତୁ ନୂଆ ନିୟମ ପିଲାମାନେ ଜନିପାରିନାହାନ୍ତି। ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ଏନେଇ ଅଭିଯୋଗ କରାଯାଇଥିଲା ଛାତ୍ର ଏବଂ ଅଭିଭାବକ ଉଭୟଙ୍କ ପକ୍ଷରୁ। ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ସାରିଛନ୍ତି, ସେମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଅଂଶଗ୍ରହଣ କରିପାରିବେ। ଆଉ ଥରେ ପିଲାଙ୍କ ପାଇଁ ୱେବସାଇଟ୍ ଖୋଲାଯାଇଛି। ୨ଲକ୍ଷ ୭୪ ସିଟ ରହିଛି ଯେଉଁଥିରେ ୨ଲକ୍ଷ ୩୭ ହଜାର ଆବେଦନ କରିଥିଲେ ୧ ଲକ୍ଷ ୯୧ ହଜାର ପିଲା କଲେଜ ସିଲେକ୍ସନ କରିଥିଲେ, ଏହା ଛଡା ଯେଉଁମାନେ ରିଚେକ୍ କରିଥିଲେ ସମସ୍ତଙ୍କ କଥା ଧ୍ୟାନରେ ରଖାଯାଇଛି। କିନ୍ତୁ ଆସନ୍ତା ବର୍ଷ ଠୁଁ ଏହି ନିୟମ କଡାକଡି ଭାବେ ପାଳନ ହେବ।ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ୍ ରହିଛି । ସିଟ୍ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୩ ତାରିଖ ସକାଳ ୧୦ଟାରୁ ୬ ତାରିଖ ସଂଧ୍ୟା ୫ଟା ଭିତରେ ନାମ ଲେଖାଇବେ। ସୂଚନା ଅନୁଯାୟୀ,ଗତ ୧୨ ତାରିଖରୁ ଆରମ୍ଭ ହୋଇଛି ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ।ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ନାମଲେଖାଇ ସାରିଛନ୍ତି, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଥିଲା। ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିରେ ପରିବତ୍ତର୍ନ କରାଯାଇଛି ।