ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅଧିନସ୍ଥ ମକରଝୋଳ ଗ୍ରାମରେ ପି ଦୁଷ୍ମନ୍ତଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସମ୍ପୃକ୍ତ ୩ ଜଣ ଚୋରକୁ ପୋଲିସ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ଦଶ ହଜାର ଟଙ୍କା ଏବଂ ୪୦ ଗ୍ରାମର ସୁନା ଜବତ କରାଯାଇଛି ।
ଗତ ଏପ୍ରିଲ ମାସ ୧୬ ତାରିଖରେ ମକରଝୋଳର ପି ଦୁଷ୍ମନ୍ତଙ୍କ ଘରେ ସମସ୍ତେ ଶୋଇଥିବା ସମୟରେ କବାଟ ଭାଙ୍ଗି ଚୋରି ହୋଇଥିଲା । ପରଦିନ ଦୁଷ୍ମନ୍ତ ଏନେଇ ହିଂଜିଳି ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ପୋଲିସ ଜଗଦଲପୁର ଗ୍ରାମର ଆର ବିପ୍ର, ଟି ଶିବ ଏବଂ ସୋମପୁର ଗ୍ରାମର ଆର ରବିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ହିଂଜିଳିକାଟୁ ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଚୋରଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ କହିଛି ।