ଭୁବନେଶ୍ୱର: +2 ପରୀକ୍ଷା ପାଇଁ ତାରିଖ ଘୋଷଣା |18 ଫେବୃଆରୀ 2025 ତାରିଖ ରୁ ଆରମ୍ଭ ହେବ ପରୀକ୍ଷା | ଫେବୃଆରୀ ୧୮ ତାରିଖରୁ ଯୁକ୍ତ ୨ ଥିଓରୀ ପରୀକ୍ଷା ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସିଲା ପରୀକ୍ଷା ସୂଚନା । କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ପିଲାଙ୍କ ବୋର୍ଡ ପରୀକ୍ଷା । ଫେବୃଆରୀ ୧୮ ତାରିଖରୁ ବିଜ୍ଞାନ ଛାତ୍ରଙ୍କ ପରୀକ୍ଷା ଆରମ୍ଭ । ଫେବୃଆରୀ ୧୯ ରେ କଳା ଓ ବାଣିଜ୍ୟ ପିଲାଙ୍କ ପରୀକ୍ଷା ଆରମ୍ଭ। ଫେବୃଆରୀ ୧୮ ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଥିଓରୀ ପରୀକ୍ଷା। ଜାନୁଆରୀ ୨ ରୁ ୧୨ ତାରିଖ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା ।