ହିଞ୍ଜିଳିକାଟୁ/ରଜନୀକାନ୍ତ ପାତ୍ର: ହିଞ୍ଜିଳି ସ୍ଥିତ ମିନି ଷ୍ଟାଡିୟମ ଖେଳ ପଡିଆ ଠାରେ ନୃତ୍ୟମ କଳାଗବେଷଣା କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ଅନ୍ତର୍ଜାତୀୟ ସିନେମା ମହୋତ୍ସବ ଓ ଷଷ୍ଠ ବାର୍ଷିକ ଉତ୍ସବ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ସିନେ ସମୀକ୍ଷକ ତଥା ନିର୍ଦ୍ଦେଶକ ଡ଼ ଦିଲ୍ଲୀପ ପାଣି ଯୋଗଦେଇ ଥିଲେ। ସମ୍ମାନିତ ଅତିଥି , ଯୋଗଦେଇଥିବା ବେଳେ ଅନୁଷ୍ଠାନର ସଭାପତି ନୀଳମଣି ପଟ୍ଟନାୟକ ପ୍ରଥମେ ସ୍ୱାଗତ ଭାଷଣ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ନୃତ୍ୟମର ଏଭଳି ପ୍ରୟାସ ପାଇଁ ଖୁସିବ୍ୟକ୍ତ କରିବା ସହିତ ଭୂୟସୀ ପ୍ରଶଂସା କରିଥିଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଠାରେ ଏଭଳି ଅନ୍ତର୍ଜାତୀୟ ସ୍ତରୀୟ ସିନେମା ମହୋତ୍ସବ ହୋଇ ପାରିଥିବାରୁ ଅନୁଷ୍ଠାନର ନିର୍ଦ୍ଦେଶକ କ୍ରିଷ୍ଣା ଡିକେଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ସମସ୍ତ ଅତିଥି। କ୍ରିଷ୍ଣା ଡିକେ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଦୀର୍ଘ ଦୁଇମାସ ଧରି ପରିଶ୍ରମ କରି ଏଭଳି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରି ପାରିଛନ୍ତି ବୋଲି କହିଥିଲେ ଅନୁଷ୍ଠାନର ସଭାପତି ନୀଳମଣି ପଟ୍ଟନାୟକ। ବିଭିନ୍ନ ଅନୁଷ୍ଠାନ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ନୃତ୍ୟ ଗୀତର ଅସର ଜମିଥିଲା। ଦେଶ ବିଦେଶରୁ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ଏହି ମହୋତ୍ସବ ପାଇଁ ଅଂଶ ଗ୍ରହଣ କରିଥିବା ବେଳେ ଜୁରୀ ମାନଙ୍କ ଦ୍ୱାରା ଯୋଗ୍ୟ ବିବେଚିତ ଚଳଚ୍ଚିତ୍ର ଗୁଡିକୁ ପୁରସ୍କୃତ କରାଯାଇଥିଲା। କ୍ଷୁଦ୍ର ଚଳଚ୍ଚିତ୍ର “ମାଗୁଣିର ଶଗଡ଼”ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅନ ଲକଡ଼ ଏବଂ ତୃତୀୟ ହାସଲ କରିଥିଲା ଚଳଚ୍ଚିତ୍ର “ପ୍ରତୀକ୍ଷା” । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ମାର୍ଗଦଶକ ଦ୍ୱିତୀକୃଷ୍ଣ ସାବତ, ମହେଶ ଏସ ଟି ଆର, ଦୀପକ ରାଣା, ପପୁ ରଣା, ଡ୍ୟାନ୍ସର ମିଥୁନ ପ୍ରମୁଖ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଯୁବ ଉପସ୍ଥାପକ ଶିବାନନ୍ଦ ବାରିକ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଉପସଭାପତି ରତ୍ନାକର ଶୀୟ।