ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ । ସୁକୁମା ଜଙ୍ଗଲ ରାସ୍ତାରୁ ଦୁଇ ସିଆରପିଏଫ୍ ଯବାନଙ୍କ ମୃତ ଶରୀର ଉଦ୍ଧାର । ମୃତକଙ୍କ ମଧ୍ୟରେ ଜଣେ ହେଡ୍ କନେଷ୍ଟବଲ ଓ ଜଣେ କନେଷ୍ଟବଲ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ନିର୍ମମ ହତ୍ୟାକାଣ୍ଡକୁ ନେଇ ସୁକମା ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ମାଓବାଦୀଙ୍କ ଅତ୍ୟଧିକ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଏକ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ ହୋଇଥିଲା । ସେହି କ୍ୟାମ୍ପଠାରୁ କିଛି ଦୂରରେ ଦୁଇ ଯବାନଙ୍କୁ ଗଳାକାଟି ହତ୍ୟା କରାଯାଇଛି ।