୨୯ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କର ହୋଇଛି ବଦଳି

ଭୁବନେଶ୍ୱର: ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ୨୯ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍) ଙ୍କର ହୋଇଛି ବଦଳି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡେପୁଟି କମିଶନର ରୋଶନ ଶତପଥୀଙ୍କୁ ଆଇନ ମନ୍ତ୍ରୀଙ୍କ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍ଡି) ଭାବେ ବଦଳି କରାଯାଇଛି । ମହିଳା ଓ ଶିଶୁ ମଙ୍ଗଳ ବିଭାଗର ଅନୁସଚିବ ଜନ୍ମେଜୟ ସାହୁଙ୍କୁ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀଙ୍କ ଓଏସ୍ଡି ଭାବେ ବଦଳି କରାଯାଇଥିବା ବେଳେ ନୟାଗଡ଼ର ଡେପୁଟି କଲେକ୍ଟର ଅଭିଜିତ ଷଡଙ୍ଗୀଙ୍କୁ ନିମାପଡ଼ା ବିଡିଓ ଭାବେ ବଦଳି କରାଯାଇଛି । ଅପରପକ୍ଷେ ନିମାପଡ଼ା ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକଙ୍କୁ ନୟାଗଡ଼ର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତିଙ୍କୁ ଗୋପ ତହସିଲଦାର ଭାବେ ବଦଳି କରାଯାଇଛି।