ଅକ୍ସିଜେନ ଅଭାବରୁ କର୍ଣ୍ଣାଟକର ଏକ ହସ୍ପିଟାଲରେ ୨୪ ରୋଗୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଦେଶରେ ଅକ୍ସିଜେନ ଅଭାବ ପାଇଁ ମୃତ୍ୟୁ ସଂଖ୍ୟା କମୁନଥିବା ବେଳେ ଏବେ କର୍ଣ୍ଣାଟକର ଚାମରାଜନଗରରେ ଏଥିନେଇ ୨୪ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଠାରେ ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ ରୋଗୀଙ୍କ ମୃତ୍ୟୁ ହେବାର ସୂଚନା ମିଳିଛି । ଗତକାଲି ମଧ୍ୟରାତ୍ରୀରେ ଏହି ଦୁର୍ଘଟଣା ହେବାପରେ ମୌସୁରରୁ ଚାମରାଜନଗରକୁ ଏକ ଶହ ଅକ୍ସିଜେନ ସିଲିଣ୍ଡର ପଠାଯାଇଛି ।
ଚାମରାଜନଗର ହସ୍ପିଟାଲକୁ ବେଲୋରୀରୁ ଅକ୍ସିଜେନ ମିଳିବାର ଥିଲା । କିନ୍ତୁ ଅକ୍ସିଜେନ ପହଞ୍ଚିପାରିନ ଥିଲା । ଫଳରେ ୨୪ ରୋଗୀଙ୍କ ମୃତ୍ୟୁ ହୋଇଗଲା । କୁହାଯ।।ଉଛି ମୃତ୍ୟୁବରଣ କରିଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଭେଣ୍ଟିଲେଟରରେ ଥିଲେ । ଅକ୍ସିସରଯିବାରୁ ରୋଗୀମାନେ ଅକ୍ସିଜେନ ନ ପାଇ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ । ଏହା ପୂର୍ବରୁ କାଲାଭୁର୍ଗିର କେବିଏମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୪ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୟଦଗିର ସରକାରୀ ହସ୍ପିଟାଲରେ ବିଦ୍ୟୁତ୍ କାଟ ହେବାରୁ ଭେଣ୍ଟିଲେଟରରେ ଥିବା ଜଣେ ରୋଗୀଙ୍କ ଜୀବନ ଚାଲିଯାଇଥିଲା ।
ବର୍ତ୍ତମାନ କର୍ଣ୍ଣାଟକରେ କରୋନାର ମୋଟ ସଂଖ୍ୟା ୧୬ ଲକ୍ଷ ପାର କରି ଯାଇଛି । ରବିବାର ଦିନ ୩୭ ହଜାର ଅଧିକ ମାମଲା ସାମ୍ନାକୁ ଆସିଛି ଓ ୨୧୭ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଠାରେ କରୋନା ସଂକ୍ରମିତଙ୍କୁ ବେଡ ଓ ଅକ୍ସିଜେନ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି ।