କ୍ୟାପିଟାଲ ହସ୍ପିଟାଲରେ ମିଳିବ ୨୪ ଘଣ୍ଟିଆ ଜରୁରୀକାଳିନ ଓଟି ସେବା

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ହେବ ଜରୁରୀକାଳିନ ଅସ୍ତ୍ରୋପଚାର । ଏଣିକି ଜରୁରୀକାଳୀନ ସ୍ଥିତିରେ ଅସ୍ତ୍ରୋପଚାର ପାଇଁ ଯିବାକୁ ପଡ଼ିବ ନାହଁ କଟକ ମେଡିକାଲ । କ୍ୟାପିଟାଲ ହସ୍ପିଟାଲରେ ଏଥର ମିଳିବ ୨୪ ଘଣ୍ଟିଆ ଜରୁରୀକାଳିନ ଓଟି ସେବା । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା କରାଯାଇଛି ।ଏଠାରେ ସ୍ୱତନ୍ତ୍ର ଭାବେ ଏକ ବଡ ଅତ୍ୟାଧୁନିକ ଓଟି ନିର୍ମାଣ କରାଯାଇଛି । ଓଟି ପରିଚାଳନା ପାଇଁ ତିନୋଟି ସିପ୍ଟ କରାଯାଇଛି । ଏହି ତିନୋଟି ସିପ୍ଟରେ ଡାକ୍ତରଙ୍କଠାରୁ ଆରମ୍ଭ କରି ପାରାମେଡ଼ିକାଲ ଷ୍ଟୋଫ୍ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ରୋଗୀଙ୍କ ଚିକିତ୍ସା ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼େ, ତେବେ ଆଉ କଟକ ରେଫର କରିବାକୁ ପଡ଼ିବ ନାହିଁ ।