ଭୁବନଶ୍ୱେର;୨୦୨୪ ପାଇଁ ବିଜେପିର ଟାର୍ଗେଟ ୮୦+ ଥିବା କହିବା ପରେ ତେଜିଛି ରାଜନୀତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଗତଥର ବିଜେପିର ୧୨୦ ଟାର୍ଗେଟ ଥିଲା ଜ୍ଝ ଏଥର ୮୦, ମାନେ ଖସିଲା, ମାନେ ବିଜେପି ଟାର୍ଗେଟରେ ନାହିଁ । ବିଜେପି ୮୦ ବିଜେଡିର ଟାର୍ଗେଟ ୧୨୦ କଂଗ୍ରେସର ସଭାପତି କହିଛନ୍ତି ୯୦ । ୧୪୭ ବିଧାନସଭା ସିଟରେ ଆଉ କିଛି ସିଟ ବଢ଼େଇ ଦେବାର ଆବଶ୍ୟକତା ରହିଛି । ଆଲୋ ସକ୍ଷୀ ଆପଣା ମହତ ଆପେ ରଖି ଜ୍ଝ କହିବାକୁ ଟ୍ୟାକ୍ସ ଲାଗୁ ନାହିଁ । ୨୪ ମୈଦାନରେ ଫୁଟବଲ ଫିଙ୍ଗା ହେବ, ଲଢ଼ା ହେବ ଯାହାର ଦମ ସିଏ ଜିତିବ । କିଏ ପାସ କିଏ ଫେଲ ତାର ବିଚାର ସାଧାରଣ ଜନତା କରିବେ, ତମେ କିମ୍ବା ମୁଁ କରିବାନି । ୨୫ ବର୍ଷ ସରକାରରେ ଲୋକେ ତର୍ଜମା କଲେଣି, ଯୁବକ ଯୁବତୀ ନିଯୁକ୍ତି କଣ ପାଇଛନ୍ତି ତର୍ଜମା କଲେଣି । ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ଲୋକେ ତର୍ଜମା କଲେଣି ଏବଂ ଉପା ସରକାର ସମୟରେ ହୋଇଥିବା ଯୋଜନାକୁ ହ।ଇଯାକ କରାଯ।ଇଛି ତାକୁ ମଧ୍ୟ ଲୋକେ ତର୍ଜମା କରୁଛନ୍ତି ଏବଂ ନିଷ୍ପତି ନେବେ କିଏ କେତେ ସିଟ ନେବ।