୨୩୦ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ର ତଥା ମୁମ୍ବାଇରେ କରୋନା ସଂକ୍ରମଣ ଉଗ୍ର ରୂପ ନେବାରେ ଲାଗିଛି । ଗତ ୩ ଦିନରେ ରାଜ୍ୟ ରାଜଧାନୀର ବିଭିନ୍ନ ସରକାରୀ ହସ୍ପିଟାଲରୁ ୨୩୦ ରେସିଡେଣ୍ଟ ଡାକ୍ତର କରୋନା ଚିହ୍ନଟ ହୋଇଥିବା ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ବୁଧବାର ୭୩ ରେସିଡେଣ୍ଟ ଡାକ୍ତରଙ୍କ କରୋନା ଟେଷ୍ଟରୁ ପଜିଟିଭ ଥିବା ଜଣାପଡିବା ପରେ ଏହି ସଂଖ୍ୟ।। ୨୩୦କୁ ବୃଦ୍ଧି ପାଇଛି । ସେହିପରି ଥାନେ ସିଟିରେ ଥିବା ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲ୍ରେ ୮ ଜଣ ରେସିଡେଣ୍ଟ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ମହାରାଷ୍ଟ୍ରରେ ୨୬,୫୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ମୁମ୍ବାଇରୁ କେବଳ ୧୫,୧୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।