ବାରି / ପ୍ରଶାନ୍ତ ଦ୍ୱିବେଦୀ : ବରୀ ବ୍ଲକ ଅଧିନସ୍ଥ ଅଟିରା ଠାରେ ରହିଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୨୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଶିକ୍ଷକ ଶିକ୍ଷାୟତ୍ରି ମାନଙ୍କ ଅବଦାନ ମେଧାବୀ ଛାତ୍ର ଛାତ୍ରୀ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ବୋଲି ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ସେବୀ ଅରବିନ୍ଦ ମହାନ୍ତି ମତ ରଖିଛନ୍ତି। ଉକ୍ତ ବାର୍ଷିକ ଉତ୍ସବରେ ପ୍ରମୋଦ କୁମାର ବିଶ୍ଵାଳ ସଭାପତିତ୍ବ କରିଥିବା ବେଳେ ପ୍ରଶାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି ଏହି କାର୍ୟ୍ୟକ୍ରମରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ପ୍ରଧାନ ଆଚାର୍ଯ୍ୟ ଶୁକଦେବ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରମିଳା ଗୁରୁମା, ସ୍ମୃତି ରେଖା ମା, ସନ୍ତୋଷ ସାର୍ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ ନୃତ୍ୟ ପରିବେଷଣ କରାଯାଇ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା। ସେହିପରି କ୍ରୀଡ଼ା , ବକୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅ ଟିରା ପଞ୍ଚାୟତ ସରପଞ୍ଚ କୈଳାସ ଚନ୍ଦ୍ର ମଲିକ ସମିତି ସଭ୍ୟ ପ୍ରୀତି ରଞ୍ଜନ ଜେନା, ପ୍ରାକ୍ତନ ବରୀ ବ୍ଲକ ଉପାଧ୍ୟକ୍ଷ ହେମନ୍ତ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ. ନିରଞ୍ଜନ ସାହୁ ଯୋଗ ଦେଇ ଉତ୍ତମ ଛାତ୍ର ଛାତ୍ରୀ ଗଠନ କରିବା କ୍ଷେତ୍ରରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ପ୍ରମୁଖ ଭୂମିକା ରହିଛି ଏ କ୍ଷେତ୍ରରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସଠିକ୍ ଭାବେ ନିଜର ଦାୟିତ୍ଵ ନିର୍ବାହ କଲେ ତାହା ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ଖେତ୍ରରେ ପ୍ରମୁଖ ଭୂମିକା ରହିବ ବୋଲି ମତ ରଖିଥିଲେ।