ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ଗତକାଲି ଭୁବନେଶ୍ୱର ମହାନଗର ନିଗମରେ ୧୦ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ବେଳେ ଆଜି ୪ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏବେ ବିଏମସିରେ ମୋଟ ୧୪ଟି ଅଞ୍ଚଳକୁ ଜୋନ ଘୋଷଣା କରାଯାଇଛି । ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏ ଅଞ୍ଚଳ, ଶ୍ରୀକ୍ଷେତ୍ର ବିହାରରେ ଆଉ ୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।