(ଭୁବନେଶ୍ୱର) : ମମିତା ନାଁରେ ରାଜନୀତି କରୁଛି ବିଜେପି । ନାରୀ ସମାଜ ପାଇଁ ଏହା ନିନ୍ଦନୀୟ. ନ୍ୟାୟ ମାଗିବାକୁ ବାହାରିଥିଲେ ନା ମମୀତା ଶବ ଉପରେ ଛିଡା ହୋଇ ପଞ୍ଚାୟତ ନିର୍ବାଚନ ପାଇଁ ମସୁଧା ପ୍ରସ୍ତୁତ ଚାଲିଛି । ନିହିତ ରାଜନୀତିକ ସ୍ୱାର୍ଥ ସ୍ପଷ୍ଟ ହେଉଛି । ବିଜେପି ଯୁବ ସଭାପତିଙ୍କ ନାଁରେ ରହିଛି ଅନେକ ମାମଲା । ମମୀତାଙ୍କୁ ନ୍ୟାୟ ଦାବି ରେ ଏସବୁ ପ୍ରହସନ । ପ୍ରଶାସନ ମିଡ଼ିଆ ପୋଲିସ ବି ଆଜି ବର୍ତ୍ତିଲେ ନାହିଁ । ଭାରତୀୟ ଜନତା ପାର୍ଟି ନୁହେଁ ଯାତ୍ରା ପାର୍ଟି । ଦୃଢ ଭାବେ ଏହାକୁ ନିନ୍ଦା କରୁଛୁ । ମମୀତାଙ୍କ ବାପା ମା ମନା କଲାପରେ ବି ଏମାନେ ମମୀତାକୁ ନେଇ ରାଜନୀତି କରୁଛନ୍ତି । ଯେଉଁ କଟଆଉଟ ଗଳି କନ୍ଦିରେ ଲଗାଇଛନ୍ତି ମମୀତାଙ୍କ ପ୍ରତି ଅସନମାନ । ବିଜେପିର ଦୋମୁହାଁ ନୀତି ରହୁଛି । ବିଧାନସଭାରେ ହେଉ କି ବାହାରେ ବିଜେପି ର ମାନସିକତା ସ୍ପଷ୍ଟ ହୋଇପଡୁଛି । ଲୁଚିଛି ନା ଗୋଡ ୨ ଟା ଦିଶୁଛି । ଏ ନ୍ୟାୟ ପାଇଁ ନୁହେଁ ଏହା ଏକ ରାଜନୈତିକ ଶଢଯନ୍ତ୍ର.ଥାନା କୋର୍ଟ ରେ ନ କହି ମିଡ଼ିଆରେ କହିଲେ ମମୀତା କଣ ନ୍ୟାୟ ପାଇବ? ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବା ପ୍ରସଙ୍ଗରେ କଂଗ୍ରେସର ଅଭିଯୋଗକୁ ନେଇ ଏମିତି କିଛୀ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଦେବ । କରୋନା କଟକଣା ମାନି ସେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଛନ୍ତି. ତାଙ୍କ ସ୍ୱାସ୍ଥ୍ୟ ପ୍ରତି କଂଗ୍ରେସ ଚିନ୍ତିତ ନହେଉ ବୋଲି ମଧ୍ୟ କହିଛନ୍ତି ।