ତରଭାରେ ନିର୍ବାଚିତ ଜନ ପ୍ରତିନିଧି ସଶକ୍ତିକରଣ କାର୍ୟ୍ୟକ୍ରମ

(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ପଞ୍ଚାୟତ ନିର୍ବାଚନରେ ମହିଳା ସଶକ୍ତିକରଣ ଶ୍ରୀର୍ଷକ ଏକ ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଷେତ୍ର ସଂଯୋଜକ ଗୁଣନିଧି ମାଝୀ ସ୍ବାଗତ ଭାଷଣ ସହ ସଭା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।କାର୍ୟ୍ୟକ୍ରମ ସଂଯୋଜକ ଲକ୍ଷ୍ମଣ କୁମାର ସା ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ।