ଭୁବନେଶ୍ବର : ରାଜ୍ୟରେ ୨୦୦ ଅତିକ୍ରମ କଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୩୨ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଲେ ଆଉ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି । ଆଉ ୩୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ ILS ଅବଗତ କରିଛି । ରାଜ୍ୟରେ ପ୍ରଥମ ଭାବେ ଡିସେମ୍ବର ୨୧ ତାରିଖରେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ଡିସେମ୍ବର ୨୩ ତାରିଖରେ ଆଉ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୬ ତାରିଖରେ ଆଉ ୪ ଜଣ, ୨୯ ତାରିଖରେ ଜଣେ, ୩୦ ତାରିଖରେ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୨ ତାରିଖରେ ୨୩ ଜଣ, ୫ ତାରିଖରେ ୨୪ ଜଣ, ୮ ତାରିଖରେ ୧୪ ଜଣ, ୧୨ ତାରିଖରେ ୬୭ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଥିବା ବେଳେ ୧୫ ତାରିଖରେ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ୨୦୨କୁ ବୃଦ୍ଧି ହୋଇଛି ।