ଦୀପାବଳି ଶୁଭେଚ୍ଛା ପିସିବି ଆୟୋଜନ କଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଗତକାଲି ସାରା ଭାରତ ଧୁମ ଧାମରେ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି । ଏହି କ୍ରମରେ ପଛରେ ପଡ଼ିଯାଇ ନାହାଁନ୍ତି ପାକିସ୍ତାନୀ କ୍ରିକେଟ ଦଳର ଅଧିନାୟକ ବାବର ଆଜମ।
(ଦିଲ୍ଲୀ) : ଗତକାଲି ସାରା ଭାରତ ଧୁମ ଧାମରେ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି । ଏହି କ୍ରମରେ ପଛରେ ପଡ଼ିଯାଇ ନାହାଁନ୍ତି ପାକିସ୍ତାନୀ କ୍ରିକେଟ ଦଳର ଅଧିନାୟକ ବାବର ଆଜମ। ସେ ମଧ୍ୟ ସମସ୍ତଙ୍କୁ ଦୀପାବଳିର ଶୁଭ କାମନା ଜଣାଇଛନ୍ତି। ଏନେଇ ବାବର ଆଜମ ଟ୍ୱିଟ କରି ଲେଖଛନ୍ତି ‘ଯେଉଁମାନେ ଏହି ପର୍ବକୁ ପାଳନ କରୁଛନ୍ତି ସେମାନଙ୍କୁ ହ୍ୟାପି ଦିୱାଲି। ‘ମୁଁ ସମସ୍ତଙ୍କୁ ଆଲୋକ, ଶାନ୍ତି ଓ ଭଲପାଇବା କାମନା କରୁଛି।’
To those celebrating, #HappyDiwali. Wish you enough light, peace and love. 🎆 pic.twitter.com/jPnMamUOFi
— Babar Azam (@babarazam258) November 4, 2021
ସୂଚନାନୁଯାୟୀ , ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟ ଦୀପାବଳି ଅବସରରେ ଏକ ଭିଡିଓ ସେୟାର କରି ଦୀପାବଳିର ଅଭିନ୍ଦନ ଜଣାଇଛି। ଏହି ଭିଡିଓରେ ବଲୁଚିସ୍ତାନ ଅଣ୍ଡର -୧୯ କ୍ରିକେଟ୍ ଦଳର ଖେଳାଳି କବୀର ରାଜଙ୍କୁ ଶୁଭେଚ୍ଛା ଜଣାଇଛି। କବୀର ଏହି ଭିଡିଓରେ କେକ୍ କାଟୁଥିବାର ନଜର ଆସିଛନ୍ତି। ଏହି ସମୟରେ ଦଳର ସମସ୍ତ ଖେଳାଳି ଉପସ୍ଥିତ ଥିଲେ।