ବୌଦ୍ଧ:- ବାଇକରେ ଚାଲାଣ ହେଉଥିଲା ବାରହା ମାଂସ ବାଟରେ ମାଡ଼ିବସିଲା ବନବିଭାଗ ଟିମ୍ । ଜଙ୍ଗଲରେ ମାଂସ ବସ୍ତା ଫିଙ୍ଗି ଫେରାର ମାରିଲେ ଚାଲାଣକାରୀ । ବାଇକ ସହିତ ୨୦ କେଜି ବାରହା ମାଂସ ଜବତ କଲା ମାଧପୁର ବନବିଭାଗ । ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ବନବିଭାଗ ।
ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ତଳଗାଁ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ବାରହା ମାଂସ ଚାଲାଣ ହେଉଥିବା ନେଇ ମାଧପୁର ରେଞ୍ଜ ଅଧିକାରୀ ଆଶିଷ ଦିଗାଲ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ । ଖବର ପାଇବା ମତରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସେହି ଅଞ୍ଚଳରେ ପେଟ୍ରୋଲିଙ୍ଗ ଅରମ୍ଭ କରିଥିଲେ । ପେଟ୍ରୋଲିଙ୍ଗ ସମୟରେ ତଳଗାଁ-କୁସଙ୍ଗ ରାସ୍ତାରେ ଏକ ବାଇକ ଯାଇଥିବା ସମୟରେ ଗୁଣ୍ଡୁରୀ ସାହି ନିକଟରେ ପେଟ୍ରୋଲିଙ୍ଗ ଗାଡିକୁ ଦେଖି ବାଇକ ଚାଳକ ଗାଡି ଛାଡି ଜଙ୍ଗଲ ଆଡକୁ ଦୌଡ଼ି ପଳାଇଥିଲେ l ପେଟ୍ରୋଲିଙ୍ଗ ଗାଡି ବାଇକ ତନଖି ବାରୁ ଏକ ବସ୍ତା ରେ ପଲିଥିନ ପେକିଙ୍ଗ କରି ବାରହା ମାଂସ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ l ପେଟ୍ରୋଲିଙ୍ଗ ଟିମ ବାଇକ ସହ ମାଂସ ଙ୍କୁ ନେଇ ରେଞ୍ଜ କାର୍ଯ୍ୟାଳୟ ଆଣି ରେଞ୍ଜ ଅଧିକାରୀ ଙ୍କ ଉପସ୍ଥିତ ରେ ସବୁ ମାଂସ ଓଜନ କରିବାକୁ କଟା ମାଂସ ୨୦ କେଜି ଥିବା ଜଣାପଡିଛି । ସେପଟେ ଭ୍ରାମ୍ୟମାଣ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମାଂସ କୁ ପରୀକ୍ଷା ଗାର କୁ ପଠାଇବା ନେଇ ଶ୍ୟାମ୍ପୁଲ ସଂଗ୍ରହ କରିଥିବା ବେଳେ ସମସ୍ତ ମାଂସ କୁ ପୋତି ଦେଇଥିବା ଜଣାପଡିଛି l ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବନବିଭାଗ ।