କାବୁଲ ମସଜିଦରେ ବିସ୍ଫୋରଣ

୨୦ ଜଣଙ୍କ ମୃତ୍ୟୁ, ୪୦ ଜଣ ଆହତ

କାବୁଲ: କାବୁଲର ଏକ ମସଜିଦରେ ପ୍ରାର୍ଥନା ଚାଲିଥିବା ସମୟରେ ଏକ ବଡ ଧରଣର ବିସ୍ଫୋରଣ ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମ୍ପୃକ୍ତ ଘଟଣାରେ କେତେ ଜଣ ମୃତାହତ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇ ପାରିନଥିବା ସ୍ଥାନୀୟ ପୁଲିସ କହିଛି। ସମ୍ପୃକ୍ତ ଘଟଣାରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ତାଲିବାନର ଗୁପ୍ତଚର ସଂସ୍ଥା କହିଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ଆଗକୁ ବଢିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି। ଉତ୍ତର କାବୁଲ ପଡିଆରେ ଥିବା ଏକ ଅଟ୍ଟାଳିକାରେ ଝରକା ଭାଙ୍ଗି ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ସ୍ଥଳରେ ଆମ୍ବିଲାନ୍ସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। କାବୁଲ ପୁଲିସ ମୁଖପାତ୍ର ଖାଲିଦ ଜଡ୍ରାନ ରଏଟର୍ସକୁ କହିଛନ୍ତି ଯେ ଏକ ମସଜିଦରେ ପ୍ରାର୍ଥନା ସଭା ଚାଲିଥିବାବେଳେ ବିସ୍ଫୋରଣ ଘଟିଥିଲା। ତେବେ ସମ୍ପୃକ୍ତ ଘଟଣାରେ କେତେ ଜଣ ମୃତାହତ ହୋଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା କାବୁଲ ପୁଲିସ କହିଛି। ତାଲିବାନ ଗୁପ୍ତଚର ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ କାବୁଲର ଖାନା ଅଞ୍ଚଳରେ ପୂଜକମାନଙ୍କ ମଧ୍ୟରେ ଏକ ମସଜିଦରେ ଏହି ବିସ୍ଫୋରଣ ଘଟିଥିଲା। ମୃତ ବ୍ୟକ୍ତିଙ୍କ ମଧ୍ୟରେ ମସଜିଦର ଇମାମ ମଧ୍ୟ ଥିଲେ। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।