ମହିଳାଙ୍କ ପେଟରୁ ବାହାରିଲା କୋକେନ ଭର୍ତ୍ତି ୧୮୧ କ୍ୟାପସୁଲ

୨୮କୋଟି ଟଙ୍କାର କୋକେନ ଜବତ

ନୂଆଦିଲ୍ଲୀ : ନିଶାଦ୍ରବ୍ୟ ଚାଲାଣର ନୂତନ ଚିନ୍ତାଧାରା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । କାରଣ ବ୍ୟାଗ ବା ଆଟାଚି ନୁହେଁ, ମାତ୍ର ପେଟ ଭିତର ଦେଇ ଚାଲାଣ ହେଉଛି କୋକେନ । ନୂଆଦିଲ୍ଲୀ ବିମାନ ବନ୍ଦରରେ ଉଗାଣ୍ଡାରୁ ଆସିଥିବା ଦୁଇଜଣ ମହିଳାଙ୍କ ଏପରି କାରନାମା । ଏହି ଦୁଇ ସନ୍ଦିଗ୍ଧ ମହିଳାଙ୍କୁ ଅଟକାଇଥିଲେ କଷ୍ଟମ ଅଧିକାରୀ । ତଦନ୍ତ ବେଳେ କିଛି ମିଳିନଥିଲା । ମାତ୍ର ଅଧିକାରୀ ମାନେ ନଛୋଡବନ୍ଦା । ସେମାନଙ୍କୁ ହସ୍ପିଟାଲ ନେବା ପରେ ଯେଉଁ ସତ୍ୟ ସାମ୍ନାକୁ ଆସିଲା, ତାହା ଯେକେହି ଦେଖିଲେ ଆଶ୍ଚର୍ଯ୍ୟ ହେବ । ଅପରେସନ ପରେ ସେମାନଙ୍କ ପେଟରୁ ବାହାରିଥିଲା ୧୬୧ଟି କ୍ୟାପସୁଲ । ଜଣେ ମହିଳାଙ୍କ ପେଟରୁ ୧୦୧ ଟି ଏବଂ ଅନ୍ୟ ମହିଳାଙ୍କ ପେଟରୁ ୮୦ଟି କ୍ୟାପସୁଲ ବାହାରିଥିଲା । ଆଉ ଏହି କ୍ୟାପସୁଲ ମାଧ୍ୟମରେ ଯେଉଁ କୋକେନ ଚାଲାଣ ହେଉଥିଲା, ତାର ପରିମାଣ ପ୍ରାୟ ୨କିଲୋ ଏବଂ ବଜାରରେ ଏହାର ମୂଲ୍ୟ ପ୍ରାୟ ୨୮କୋଟି ହେବ ବୋଲି ଜଣେ ଅଧିକାରୀ କହିଛନ୍ତି । ଏହି ଅଭିଯୋଗରେ ଦୁଇ ମହିଳାଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।